Tuesday, 31 January 2017

ମେରୁଦଣ୍ଡ


ମୋ କାହାଣୀ ମୁଁ ସେ ସମୟରୁ ଲେଖୁଛି ଯେତେବେଳେ ମୋତେ ୧୮-୨୦ ବର୍ଷ ବୟସ ହେଇଥିବ, ହେତୁ ବି ଠିକ ସେ ପଡୁନି l ଏବେ ୬୦ ପାର କରିବନି ବୋଧେ l କାଳିଆ କସରା ମୋର କେବେଠୁ ଚାଲି ଗଲେଣି , ଶରୀର ରେ ଦମ୍ଭ ଆଉ ନାହିଁ , ଦାଣ୍ଡ ଖଟ ରେ ବସି ରହୁଛି ଦିନ ସାରା , କରିବି କଣ , ଚାଷ ଜମି ତ ସବୁ ପଡିଆ ପଡିଲା | ବର୍ଷ ରେ ତ ଥରେ ଫସଲ ହେଲା , ସେଇଟା ପୁଣି ଧାନ | ମୁଗ , ବିରି, କୋଳଥ ମୁ ଶେଷ ଥର ବନ୍ୟା ବର୍ଷ କରିଥିଲି , ଆଉ ନାଇଁ | ଲାଭ ତ ଦୂର କଥା ଘରେ ଟିକେ ପିଠା ପଣା, ବାହା ପୁଆଣି କୁ ବି ଅଣ୍ଟିଲାନି | ଆଉ ପରିବା, ଛାଡ ତା କଥା , ମୁଲିଆ ମଜୁରୀ ଯେମିତି ହେଲାଣି ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା ବେପାର ମୋ ପାଇଁ | ପରିବା ଚାଷ ସବୁ ଏବେ ବଡ ବଡ଼ିଆ ଙ୍କ କଥା | ନାତି କହୁଥିଲା କଣ ବଡ ଲୋକ ସବୁ କନ୍ଧମାଳ ରେ ମଶାରୀ ଜାଲି  ଭିତରେ ପରିବା ଚାଷ କଲେଣି ,କାଗଜ ପେଟି ଭିତରେ କୁଆଡେ ଟମାଟ ଆସୁଛି ବଡ ସହରକୁ , ସଢ଼ି ଯାଉନି , କେଜାଣି l 


ମୋ ବେଳ ଆଉ ଆଜି ଭିତରେ କେତେ କଣ ବଦଳିଲାଣି ତାର ଆଉ ହିସାବ ନାହିଁ  | ଶାସ୍ତ୍ରୀ ମହାଶୟ ସେ ସମୟ ରେ ଜୟ ଯବାନ ଜୟ କିଷାନ ଡାକରା ଦେଇଥିଲେ ; ଛୋଟ ଥିଲି , ବୁଝି ପାରୁନଥିଲି , ତଥାପି ଭାରି ଖୁସି ଲାଗେ , ଚାଷୀ ଭାଇ ମାନଙ୍କ ପାଇଁ ପ୍ରଧାନ ମନ୍ତୀ ଡାକରା ଦଉଛନ୍ତି | ମନ୍ତ୍ରୀ ମହାଶୟ ନିଜ ପ୍ରଧାନ ମନ୍ତ୍ରୀ ଆବାଶ ରେ ବି ହଳ ଯୋଚିଥିଲେ | ଚାଷୀ କୁ ଦେଶ ର ମେରୁଦଣ୍ଡ ବୋଲି କହିଥିଲେ ସମୟ ସହ ବଦଳିଲା ଚିନ୍ତାଧାରା | ଆମକୁ ଗୋଲଡ଼ କାର୍ଡ , କିଷାନ କ୍ରେଡିଟ କାର୍ଡ, କୃଷି ଋଣ କଣ କଣ ମିଳୁଛି ତାର ହିସାବ ନାହିଁ ଚାଷୀ କଣ ସେ ପଇସା ପାଉଛି , ପାଇଲେ ବେ କେତେ , ଚାରି ଅଣା ପାଇଲେ ବାର ଅଣା ବାଟ ମାରଣା | ଆଧାର କାର୍ଡ ବନେଇ, ବ୍ୟାଙ୍କ ରେ ଖାତା ଖୋଲି , ବାର ଜାଗା ରେ ଟିପ ଦସ୍ତଖତ କରିଲା ବେଳକୁ ବେଉଷଣ ଆସିଯିବଣି | ସବୁ ସରିକି ଅମଳ ହେଲା, ତା ପରେ ଆରମ୍ଭ ହେଇଗଲା ସରକାରୀ କଳ ଆଉ ବେପାରୀଙ୍କ ଭିତରେ ଟଣା ଟଣି | ଫସଲ ଯାଇକି ଗୋଦାମ ରେ ପଡିଲା ବେପାରୀ ଯୋଉ ରେଟ ଦେଲା , ସେଥିରେ ମୁ ଋଣ ସୁଝିବି ନା ପରିବାର ଚଳେଇବି ? ବର୍ଷେ ଦୁଇ ବର୍ଷ ଗଲା ପରେ ମନ ଭାଙ୍ଗିଗଲା | ଛାଡିଦେଲି ସବୁ |

ଆଜି ମୁଁ ଚାଷୀ , କିନ୍ତୁ ମୋ ବେଉସା ଚାଷ କରିବା  ନୁହେଁ | ମୋ ଭଳି କେତେ କୁହାଳିଆ  ହୁସିଆର ଲୋକ ସରକାରୀ ଅନୁଦାନ ର ଆଂଶିକ ଲାଭ ଉଠେଇ କେମିତି ପରିବାର ଚଳେଇବେ ଶିଖି ଗଲେଣି | ପୁଅ ପାଇଁ ଅଟୋ ଟା ପରା ସେଇ କୃଷି ଋଣ ପଇସା ରୁ କରିଛି , ମଝିରେ ମଝିରେ ଋଣ ବି ଛାଡ଼ ହେଇଯାଉଛି | ମୁକୁନ୍ଦ ଭାଇ ପୁଅ ବି କୃଷି ଋଣ ପଇସା ରୁ ଟ୍ରାକଟର କିଣିକି ପାୱାର ପ୍ଲାଣ୍ଟ ରେ ଲଗେଇଛି, ଯାହା ହଉ ଭଲ ମନ୍ଦ କୋଉ କାମ ରେ ଟିକେ ରୋଜଗାର ତ ମିଳି ଯାଉଛି |  ପ୍ରକୃତ ଯିଏ ଚାଷୀ, ଯୋଉ ମଳି ମୁଣ୍ଡିଆ ହେଇକି ଥିଲା ସେମିତି ଅଛି , ବୋଧହୁଏ ଆହୁରି ଖରାପ ଅବସ୍ଥା ରେ | ମୋ ସମୟରେ କୃଷି ବୈଜ୍ଞାନିକ ଗାଁ କୁ ଆସୁଥିଲେ ଆଖୁ ଚାଷ , ସୂର୍ଯ୍ୟମୁଖୀ ଚାଷ କେମିତି ହୁଏ କହିବା ପାଇଁ , ବିଲ ହୁଡ଼ା ରେ ଠିଆ ହେଇକି ବାବୁ ମାନେ  ବତଉଥିଲେ | ଆଜି କଲି କଣ ମୋବାଇଲ ରେ ଲେଖିକି ପଠେଇଲେ ବୈଜ୍ଞାନିକ ଆସିବେ , କିଏ କହୁଥିଲା କମ୍ପୁଟର ରେ ଚାଷ ପ୍ରଣାଳୀ ଲେଖା ହେଇଚି ; ସରକାର କହୁଛି ପଡିକି ଚାଷ କର , ଆରେ ଭାଇ ସେତିକି ପାଠ ପଢିଥିଲେ ମୁ ଅମିନ ଚାକିରୀ କରିନଥାନ୍ତି | ଇଏ ତ ସେମିତି କଥା ହେଲା କି ମୋତେ ରୋଷେଇ ଜଣା ନାହିଁ , ତମେ ମୋତେ ରୋଷେଇ ଶିଖେଇବ ନା ଲୋନ ଦବ, କହିବା ଢାବା ରେ ଖାଇଦେ | ଯାହାକୁ ଚାଷ କାମ ନ ଜଣେଇ ତମେ ଲୋନ ଦେଇଦେବ, ସେ ବିଚରା ଋଣ ନଶୁଝି ଆତ୍ମହତ୍ୟା କରିବନି ତ ଆଉ କଣ କରିବ, ଚାଷୀ ତା ମାଲ୍ୟା ବାବୁ ଙ୍କ ଭଳି ଶିକ୍ଷିତ ନୁହେଁ ଯେ ଗାଁ ଛାଡିକି ପଳେଇବ | ଏମିତି ଦେଖିକି ମୁ ସରଳ ପନ୍ଥା ନେଇଗଲି, କାହିଁକି ଚାଷ କରିବି , ଋଣ ସୁଝି ହବନି; ପୁଅ ପାଇଁ ଅଟୋ କରିଦେଲେ ଭଲ , ଚାଲୁ ଯେତେ ଦିନ ଯାଏ ଚାଲିବ, ନହେଲେ ବ୍ୟାଙ୍କ ଵାଲା ଆସିକି ନେଇଯିବେ , କାହା ଜୀବନ ତା ଯିବନି |

ମୋ ସହ ଆପଣ ବୋଧେ ଏକମତ ହେବେ, ଚାଷୀ ବୋଲି କିଛି ଜୀବିକା ଏବେ ଆଉ ନାହିଁ | ଯା ପାଖରେ ଅଧିକ ଜମି ଅଛି ରେ ବିଲଡ଼ର,  ଯା ପାଖରେ କମ ଜମି ଅଛି ସେ ହେଲା ସାହୁକାର , ଯିଏ ଚାଷ କଲା ସେ ହେଲା ମୁଲିଆ | ଚାଷୀ ଗଲା କୁଆଡେ ? ଯାହାକୁ ଏକଦା ବୀର ଯବାନ ସହ ତୁଳନା କରା ଯାଉଥିଲା ଆଜି ତା ଅସ୍ତିତ୍ବ ଜଣେ ଗରିବ , ଗାଁ ରେ ରହୁଥିବା ଦିନ ମଜୁରିଆ ରେ ପରିଣତ ହେଇଯାଇଛି | ନିଜକୁ ଦେଶ ର ମେରୁଦଣ୍ଡ କହୁଥିବା ଲୋକ ଆଜି ତା ନିଜ ମେରୁଦଣ୍ଡ କୁ ବି ସିଧା କରିପାରୁନି | କେତେ ଜଣ ଜୀବିକା ପରିବର୍ତନ କରି କରିଲେଣି ତା କେତେ ଜଣ ମୋ ଭଳି ସରକାର ଅନୁକମ୍ପା ର ଅପବ୍ୟବହାର କଲେଣି  | ଚାଷୀ ଜୀବନ ମଝିରେ ଭଲ ରାଜନୀତି ବି କଲା , କୋଉ ନାଚିକା ଲିଙ୍ଗା ଚାଷୀ ମୁଲିଆ ଙ୍କ ନେତା ହେଲାଣି ତ କୋଉଠି ଚାଷୀ ଙ୍କୁ ପୋଲିସ ଦମନ କଲାଣି | ଦିନ ଏମିତି ନ ଆସୁ ଦେଶର ସବୁଠୁ ବଡ଼ କୌଳିକ ବୃତ୍ତି ସେଇ ଏକ ଭାଗ କୋଟି ପତି  ମାନଙ୍କ ହାତକୁ ନ ଚାଲି ଯାଉ ଯୋଉମାନେ ଦେଶ ର ଅଧା ଧାନ କୁ ଗ୍ରାସ କରି ରଖିଛନ୍ତି l

5 comments:

  1. ଚମତ୍କାର କଥାଟିଏ ଭାଇ । ସଭିଙ୍କୁ ଧ୍ୟାନ ଦେବାକୁ ହେବ । ଏହି ସବୁ ଅସୁବିଧା ପାଇଁ ଆମେ ଚାଷ ବନ୍ଦ କରିଦେଇଛୁ ।

    ReplyDelete
  2. ଚମତ୍କାର କଥାଟିଏ ଭାଇ । ସଭିଙ୍କୁ ଧ୍ୟାନ ଦେବାକୁ ହେବ । ଏହି ସବୁ ଅସୁବିଧା ପାଇଁ ଆମେ ଚାଷ ବନ୍ଦ କରିଦେଇଛୁ ।

    ReplyDelete
    Replies
    1. ବନ୍ଦ କରିବା ସମାଧାନ ନୁହେ କି ଗ୍ରହଣ ଯୋଗ୍ୟ ବି ନୁହେଁ । ଆଗକୁ ବଢ଼େଇ ବାକୁ ପଡ଼ିବ

      Delete
  3. ଇଏ ତ ସେମିତି କଥା ହେଲା କି ମୋତେ ରୋଷେଇ ଜଣା ନାହିଁ , ତମେ ମୋତେ ରୋଷେଇ ଶିଖେଇବ ନା ଲୋନ ଦବ, କହିବା ଢାବା ରେ ଖାଇଦେ | ଯାହାକୁ ଚାଷ କାମ ନ ଜଣେଇ ତମେ ଲୋନ ଦେଇଦେବ, ସେ ବିଚରା ଋଣ ନଶୁଝି ଆତ୍ମହତ୍ୟା କରିବନି ତ ଆଉ କଣ କରିବ..overall it is nice.
    ଅଜିକାଲୀ ପାଖା ପାଖୀ ସବୁ ଗାଁ ରେ ଗୋଟେ trend ଚାଲିଛି। ଅନେକ ଗାଁ ପିଲା ପାଠୁଆ ହୁଅନ୍ତୁ ଅବା ଅପାଠୁଆ ଚାଷ ବଦଳରେ କମ୍ପାନୀ ରେ ମଜୁରି ଲାଗିବାକୁ ପସନ୍ଦ କରୁଛନ୍ତି ଭଲେ ହିଁ ସେମାନେ ମାସକୁ 5000 ଦରମା ପାଆନ୍ତୁ। ଛ ମାସକୁ ଥରେ ନାଲିଆ ନେଳିଆ ଡ୍ରେସ୍ ପିନ୍ଧି ଗାଁ କୁ ଫେରି ଛାଣ୍ଟ ରେ ବୁଲୁଛନ୍ତି କିନ୍ତୁ ଚାଷ ପାଇଁ ଲାଜ ଲାଗୁଚି। other way I want to say we have never given credit to farmer and socially degraded it. So most of the younger generation feeling offended towards choosing the cultivation as occupation.

    ReplyDelete
    Replies
    1. It is a nice observation Rudra. But the question is can agriculture be a main stream business for farmers or not. Government budget/help/subsidy is quite good I guess, need a ground zero improvement all. Can we go in that way.

      Delete