Friday 30 December 2016

ପରିଚୟ


ଅଲ ଇଣ୍ଡିଆ ରେଡ଼ିଓ , 3 ଜୁନ 1947, ତତ୍କାଳୀନ ଭାଇସରାୟ ଗଭର୍ନର ଜେନେରାଲ ଲର୍ଡ଼ ଲୁଇ ମାଉଣ୍ଟ ବ୍ୟାଟନ ଘୋଷଣା କଲେ ଇଂରେଜ ସରକାର ଅଗଷ୍ଟ ମାସ ରେ ଭାରତ ର ସ୍ୱାଧୀନତା ଘୋଷଣା କରିବ, ସାଙ୍ଗ ରେ ଥିଲେ ଜବାହର ଲାଲ ନେହେରୁ, ଶିଖ ମାନଙ୍କର ନେତା ସର୍ଦ୍ଦାର ବଳଦେବ ସିଂ ଓ ମୁସଲମାନ ମାନଙ୍କର ନେତା ମହମ୍ମଦ ଅଲି ଜିନ୍ନା l କିନ୍ତୁ ସେ ଘୋଷଣା ରେ ଭାରତ ର ସ୍ୱାଧୀନତା ତ ଥିଲା, କିନ୍ତୁ ଅଖଣ୍ଡତା ନଥିଲା l ଜିନ୍ନା ଙ୍କ ତର୍କ ଥିଲା '' ସଂଖ୍ୟା ବହୁଳ ହିନ୍ଦୁ ମାନଙ୍କ ମଧ୍ୟରେ ସଂଖ୍ୟା ଲଘୁ ମୁସଲମାନ ମାନେ, ଜଣେ ହିନ୍ଦୁ ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱ ରେ ରହିବା ସୁରକ୍ଷିତ ମାନେ କରିବେନି '' , ଉପାୟ : ବିଭାଜନ. କିନ୍ତୁ ସ୍ୱାଧୀନ ହେଲା କିଏ? ଭାରତ, ପାକିସ୍ତାନ ନା ୫୬୫ ଛୋଟ ବଡ ଗଣ ରାଜ୍ୟ l ପରବର୍ତୀ ସମୟରେ ସର୍ଦ୍ଦାର ପଟେଲ ଓ ଭି ପି ମେନାନ ଙ୍କ ନେତୃତ୍ୱରେ ବିଭାଜିତ ଭାରତ ର ଅଖଣ୍ଡତା ବଜାୟ ରହିଲା ଓ ୧୪  ଟି ରାଜ୍ୟ କୁ ନେଇକି ୧୯୫୬ ରେ ରାଜ୍ୟ ଚିହ୍ନଟିକରଣ ପ୍ରସ୍ତାବ (States Reorganisation Act, 1956) ଗୃହୀତ ହେଲା l ଓଡ଼ିଶା  ଥିଲା ସେ ମଧ୍ୟରୁ ଅନ୍ୟତମ  l
କିନ୍ତୁ ଆଜିର ଭାରତ ର ମାନଚିତ୍ର ସମ୍ପୂର୍ଣ ଭାବରେ ଅଲଗା , ସେ ସମୟର ୧୪  ରାଜ୍ୟ ଆଜିର ୨୯  ରାଜ୍ୟ ରେ ବିଭାଜିତ 
ହେଲାଣି l କିଛି ଜାତିଗତ ଆଧାର ରେ , କିଛି ବୃତ୍ତିଗତ ଆଧାର ରେ, କିଛି ରାଜନୈତିକ ଆଧାର ରେ l ନିକଟରେ ଆନ୍ଧ୍ର ଓ ତେଲେଙ୍ଗାନା ଏହାର ଜ୍ୱଳନ୍ତ ଉଦାହରଣ l
କିନ୍ତୁ ୟେ ସବୁ ମଧ୍ୟରେ ଓଡିଶା ହିଁ ଏକ ବ୍ୟତିକ୍ରମ , ଯାହା ଆଜି ପର୍ଯ୍ୟନ୍ତ ଅଖଣ୍ଡ ହୋଇ ରହିଛି , ଏହା ଆମ ପାଇଁ ଗର୍ବର କାରଣ ନୁହେଁ କି ? ବୋଧ ହୁଏ ଏହା କିଛି ଜଣଙ୍କ ପାଇଁ କୌଣସି ବିଚାର ର ବିଷୟ ହେଇ ନ ପରେ l କେବେ ଚିନ୍ତା କରନ୍ତୁ ଆମର ପଶ୍ଚିମ ଭାଗ ଆମଠୁ ଅଲଗା ହୁଅନ୍ତା , ଉପକୂଳ ବାସି ବୋଧ ହୁଏ ବହୁତ ଖାଦ୍ୟ ଶସ୍ୟ ,ଖଣିଜ  ପଦାର୍ଥ ଓ ରାଜସ୍ୱ  ରୁ ବଂଚିତ ହୁଅନ୍ତେ ଏବଂ ପଶ୍ଚିମ ବାସି ସମୁଦ୍ର ତଟ,ବନ୍ଦର,ଜଳ ସମ୍ପଦ ଓ ଏକ ମୁଖ୍ୟ ରେଳ ଓ ସଡ଼କ ପଥ ରୁ ବଂଚିତ ହୁଅନ୍ତେ , ଦକ୍ଷିଣ ଭାଗ ଅଲଗା ହେଲେ ଆମେ ବହୁତ ବଡ ଆକାର ର ଜଙ୍ଗଲ ସମ୍ପଦ ରୁ ବଂଚିତ ହବା l ଧନ୍ୟବାଦ ଓଡିଶା ର ରାଜନେତା ଓ ଜନସଧାରଣାଙ୍କୁ , ଆମେ ମାନେ ଆଜି ପର୍ଯ୍ୟନ୍ତ ଏପରି କୌଣସି ଅସହଜ ପରିସ୍ଥିତି ର ସମ୍ମୁଖୀନ କରିନେ ଏବଂ ନିକଟ ଭବିଷ୍ୟତ ରେ କରିବା ଭଳି ସମ୍ଭାବନା ବି 
ନାହିଁ l ବିଭିନ୍ନତା ରେ ଏକତା ରକ୍ଷା କରି ସର୍ବ ସମ୍ମତି ମତେ ଓଡ଼ିଆ ବାସି ଆଜି ପର୍ଯ୍ୟନ୍ତ ଓଡିଶା ର ଅଖଣ୍ଡତା ବଜାୟ ରଖିଛନ୍ତି l
ଅପରାମ୍ପର ଖଣିଜ (ଲୁହ ପଥର , କୋଇଲା, ଆଲୁମିନିୟମ )୪୮୫  କିମି ସମୁଦ୍ର ତଟ (3 ଟି ବନ୍ଦର ), ୩୭୦୦ କିମି ଜାତୀୟ ରାଜପଥ, ଜାତୀୟ ସାର୍ବଜନୀନ ଅନୁଷ୍ଠାନ (NTPC , SAIL , NALCO , MCL , HAL ), ବହୁ ରାଷ୍ଟ୍ରୀୟ ନିଜି ଅନୁଷ୍ଠାନ (JSPL, Vedanta , Hindalco , Aditya Birla, Tata steel ),  ପ୍ରଯୁକ୍ତି କ୍ଷେତ୍ର ରେ Infosys , TCS , Mindtree , ଶିକ୍ଷା କ୍ଷେତ୍ର ରେ NIT , IIT , IIM, NISER , AIIMS , ଚିର ସ୍ରୋତା ନଦୀ , ଉପକୂଳ ବର୍ତି ସମତଳ ଭୂମି ଏବଂ ଶେଷରେ ଏକ ସ୍ଥିର ଆଞ୍ଚଳିକ ସରକାର l ୟେ ସବୁକୁ ନଜ଼ାର ରେ ରଖିଲେ ଲାଗୁନି ଯେ ଆମ ରାଜ୍ୟ କୌଣସି ପ୍ରକାର ଆର୍ଥିକ ଅନଗ୍ରସର ଓ ବ୍ୟାପାରିକ ପୃଷ୍ଠା ଭୂମି ରୁ ଦୂରରେ ଅଛି , କିନ୍ତୁ ଏକଥା ଅପ୍ରିୟ ସତ ଯେ ଆମେ ସମ୍ପୂର୍ଣ ମାତ୍ରାରେ ନହଲେ ବି ବହୁତ ମାତ୍ର ରେ ପଛ ରେ 
ରହିଯାଇଚୁ l ବୁଦ୍ଧିଜିବି ମହଲ ରେ ଓ ଆଞ୍ଚଳିକବାଦ ର ଦ୍ୱାହି ଦେଉଥିବା ରାଜନେତା ମହଲରେ ବୋଧହୁଏ ଏ କଥା ନେଇ ଦ୍ବିମତ ସୃଷ୍ଟି ହେଇପାରେ , ସତ କଥା  ପ୍ରକୃତତ୍ବ ତଥ୍ୟ ହିଁ କହିବ l  ସକଳ ଘରେଳୁ ଉତ୍ପାଦନ କ୍ଷେତ୍ର ରେ ଆମେ ଜାତୀୟ ସ୍ତର ସୂଚୀ ରେ ୧୬, ପ୍ରତି ବ୍ୟକ୍ତି ଆୟ ରେ ୨୭ , ମାନବ ବିକାଶ ସୂଚୀ ରେ 0.୩୬୨  ( ଆଫ୍ରିକୀୟ ଦେଶ ମଲାୱୀ ଠୁ ବି କମ), ରାଜସ୍ୱ ରେ୧୫, ସ୍ଵାକ୍ଷରତା  ରେ ୨୫ l ଆମେ ଯେତେ ବାର ମାସ ରେ ତେର ପର୍ବ କଲେ, ରାଜଧାନୀ କୁ ସ୍ମାର୍ଟ ସିଟି ଆଖ୍ୟା ଦେଲେ, ଛାଡଖାଇ ରେ 000 କୁଇଣ୍ଟାଲ ଖସି ମାଂସ ଖାଇଲେ, ସିବିଜେଡ ମଟର ସାଇକେଲ ରେ ଦିନ ସାରା ତେଲ ପକେଇ ବୁଲିଲେ ବି ଉପର ତଥ୍ୟ କୁ ବଦଳେଇ ଦେଇ ପାରିବନି l

ଏମିତି କଣ ଅଛି ଯାହା ଦ୍ୱାରା ଆମ ୟେ ସବୁ ମାନବ ସମ୍ବଳ ର ମାପକାଠି କୁ ବଢେଇ ପାରିବା, ବୋଧ ହୁଏ ପ୍ରତ୍ୟକ୍ଷ ଭାବରେ ବହୁତ କମ ସମ୍ଭାବନା , କିନ୍ତୁ ପରୋକ୍ଷ ଭାବରେ ଏମିତି ବହୁତ ଛୋଟ ଛୋଟ ଜିନିଷ ଅଛି ଯାହା ଦ୍ୱାରା ଆମେ ଏକ ନୂଆ ପରିବର୍ତନ ର ଦିଗ ଆଡକୁ ଅଗ୍ରସର ହେଇ ପାରିବା l  ତନ୍ମଧୟ ରୁ ମୁ ପ୍ରୋତ୍ସାହନମୂଳକ ପ୍ରତିଛବି କୁ ସବୁଠି ଉପରେ ରଖିବି l ଆପଣ ମାନେ ପକାନ୍ତୁ କୋଉ ଜିନିଷ କୁ ନେଇକି ଆପଣ ଓଡିଶା ବିଷୟରେ ଚର୍ଚା କରନ୍ତି , କେବଳ ପୁରୀ ? ଯଦି ଓ  କେହି ଖାଦ୍ୟ ରୁଚି ରହୁଥିବା ଲୋକ ମିଳିଗଲେ ତାଙ୍କ ସହ ଡାଲମା ବା ପଖାଳ l  ୧୯୩୬  ରୁ ଗଠିତ ହେଇଥିବା ପ୍ରଦେଶ , ସ୍ୱାଧୀନତା ପର ଠାରୁ ଏକମାତ୍ର ଅବିଭକ୍ତ ରାଜ୍ୟ ର ପରିଚୟ ଦବା ପାଇଁ ଆମ ପାଖରେ କଣ ଆଉ ବିଷୟ ନଥାଏ ? ସତରେ କଣ ଆମ ପାଖରେ ବିଷୟ ନାହିଁ  ନା ବ୍ୟକ୍ତ କରିବାର କଳା ନାହିଁ , ସବୁ ଅଛି , ନାହିଁ କେବଳ ଅହଂକାର , ନାହିଁ କେବଳ ସ୍ୱାଭିମାନ , ନାହିଁ କେବଳ ଗର୍ବ l ନିଜକୁ ସବୁ ପରିବେଶ ରେ ଖାପଖୁଆଇ ଚାଲିବା ଓ ପରିସ୍ଥିତି ର ଅନୁବର୍ତ୍ତିତା ହେବା ଯେମିତି ଆମର ସକଳ ନୀତି ହେଗଲଣି l ମୁ କାହାକୁ କୌଣସି ନକାରାତ୍ମକ ଚିନ୍ତାଧାରା ରେ ଅନୁପ୍ରାଣିତ ହେବ ପାଇଁ ଅହ୍ୱାହନ ଦଉନି , କେବଳ ଆମ ଭାଷା- ସାହିତ୍ୟ -କଳା - ପର୍ବ- ଖାଦ୍ୟ - ଐତିହ କୁ ଆଗକୁ ବଢ଼େଇ ନେବା ପାଇଁ ନିବେଦନ କରୁଛି l  ଆପଣଙ୍କୁ ଲାଗୁଚି ଯେ ଆମ ପର ପିଢ଼ି ଗଙ୍ଗାଧର ମେହେର, ଫକୀର ମୋହନ, ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ଭିକାରି ବଳ , ପଞ୍ଚ ସଖା , ଗୁରୁ କେଳୁ ଚରଣ ଙ୍କ ମହତ୍ୱ ଅବଦାନ କୁ  ଆଗକୁ ନେଇ ପାରିବେ ? ଆଜିର ପିଢ଼ି ଯିଏ କି ଦିଲୀପ ତିର୍କି ଙ୍କୁ ଭୁଲି ଗଲେଣି , ତାଙ୍କ ବଂଶଧର ଏ ସବୁ ମହାନାୟକ ମାନଙ୍କୁ କେମିତି ଯେ  ମନେ ରଖି ପାରିବେ ଏହାର ରଖିବେ କୌଣସି ସଂଭବନା ଦେଖା ଯାଉନି l କୌଣସି ଏକ ଜାଗା ରେ ପଢ଼ିଥିଲି ଓଡିଶା ବିଷୟରେ ଯିଏ ଜାଣିନି ସେ ସୀମିତ ଜ୍ଞାନ ର ଅଧିକାରୀ; ହେଇପାରେ :ଏକମତ ମୁଁ l କିନ୍ତୁ ଏହା କିପରି ହେଇ ପାରିବ ଜଣେ ପୁରୀ କୁ ଓଡିଶା ର ରାଜଧାନୀ କହିବ, ଭୁବନେଶ୍ୱର ଆସାମ ରେ ଅବସ୍ଥିତ କହିବ l କୋଉଠି ନ କୋଉଠି ଆମ ଉପସ୍ଥାପନା ରେ ହିଁ ତ୍ରୁଟି ରହିଯାଉଚି l ମୋ ଭଳି ଶିକ୍ଷିତ -ବ୍ୟବସାୟିକ- ଚାକିରୀ କରିଥିବା ଯୁବକ ଯୁବତୀ ମାନେ ହିଁ ଆମ ରାଜ୍ୟ କୁ ରାଜ୍ୟ ବାହାରେ ସଠିକ ଭାବରେ ଉପସ୍ଥାପନା କରି ପାରୁନାହାନ୍ତି  ଅଥବା କଲେ ମଧ୍ୟ ସାମ୍ନା ଵାଲାର ସହମତି ଜିତି ପାରୁ ନାହାନ୍ତି l ଏହା ଏକ ଫଳାଫଳ ଯାହାକି ବହୁତ ସମୟ ଅଣଦେଖା ର ପରିଣତି , ଏ ପ୍ରକ୍ରିୟା ଯଦି ଏମିତି ଚାଲେ କିଛି ଦଶନ୍ଧି ପରେ ଆମକୁ ଏହା ପରିଚୟ ଦେବାକୁ ପଡିବ ଯେ ଓଡିଶା ହଉଚି ବଙ୍ଗଳା ର ପଡୋଶି ରାଜ୍ୟ  l ଗୁଜୁରାତି  ବା ରାଜସ୍ଥାନୀ କହିଲେ ଜଣେ ବ୍ୟବସାୟୀ ଭାବରେ ସ୍ୱତନ୍ତ ପରିଚୟ, ବଙ୍ଗାଳି କହିଲେ ଜଣେ ଲେଖକ ବା ସଂଗୀତକାର ଭାବରେ ସ୍ୱତନ୍ତ ପରିଚୟ, ତାମିଲ ବା କେରଳି କହିଲେ ଜଣେ ଭଲ ବ୍ୟବସ୍ଥାପକ ଅଥବା ଅର୍ଥନୈତିକ ଭାବରେ ପରିଚିତ, ଉତ୍ତର ପ୍ରଦେଶ କିମ୍ବା ବିହାର ରୁ ଆସିଥିବା ଲୋକ କହିଲେ ଜଣେ କବି ବା ରାଜନୈତିଜ୍ଞ ଭାବରେ ସ୍ୱତନ୍ତ ପରିଚୟ ବହନ କରନ୍ତି , କିନ୍ତୁ ଆମେ କୋଉ ପରିଚୟ ବହନ କରୁ ଅତତଃ  ମୋତେ ଜଣା ନାହିଁ  l ପ୍ରଥମ ହଉଚି ଆମ କେମିତି ଜାତୀୟ ସ୍ତର ରେ ଆମ ପରିଚୟ ସୃଷ୍ଟି କରିବୁ ଓ ତାକୁ ରକ୍ଷା କରିବୁ l

ଦ୍ଵିତୀୟ ଆମ ଐତିହ, ପର୍ଯ୍ୟଟନ କଳା l ଆପଣ ଜାଣନ୍ତିଆଗନ୍ତୁକ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନ ତାଲିକା ରେ ଓଡିଶା ପ୍ରଥମ 10 ରେ ମଧ୍ୟ ନାହିଁ l ଆଦି ଅନନ୍ତ କାଳରୁ କେବଳ  ପୁରୀ  ହିଁ  ପର୍ଯ୍ୟଟନ ର କେନ୍ଦ୍ରବିନ୍ଧୁ , ପରବର୍ତୀ ସମୟ ରେ ଲଳିତଗିରି ରତ୍ନଗିରି ପୁରାତତ୍ତ୍ୱ ବିଭାଗ ର ଖନନ କାରଣରୁ କିଛି ରାଜ୍ୟବାସି ଙ୍କୁ ଆକର୍ଷିତ କରି ପାରିଛି l ଏଇ ସବୁ  କୁ ବାଦ ଦେଇ କିଛି ଆଶାନୁରୂପ ସଫଳତା ମିଳିନି l ମୁ ଭାରତ ର ବହୁତ ଜାଗା ବୁଲିଛି , କିନ୍ତୁ ଓଡିଶା ରେ ପର୍ଯ୍ୟଟନ ର ଯେତେ ସମ୍ଭାବନା ଅଛି ସେ ସବୁ ସେ ଉପାଦାନ ରେ ସଫଳତା ପାଇ ପାରିନି l ଓଡିଶା ପର୍ଯ୍ୟଟନ ଲେଖିବା ପାଇଁ ତ ପୁରା ବହି କମ ପଡ଼ିଯିବ l ପର୍ଯ୍ୟଟନ ସହ ସ୍ଥାନୀୟ ହସ୍ତତନ୍ତ ଓ
ଶିଳ୍ପକଳା ଅଙ୍ଗାଅଙ୍ଗୀ ଭାବରେ ଜଡିତ  l ସେ ସୋନପୁରୀ ସମ୍ବଲପୁରୀ ପାଟ ଶାଢ଼ୀ ହଉ , ମାଣିଆବନ୍ଧି ନୂଆପାଟଣା ଶାଢ଼ୀ ହଉ, ପିପିଲି ଚାଁଧୁଅ ହଉ, କଟକ ତାରକସି ହଉ , ରଘୁରାଜପୁର ର ପାଟ୍ଟଚିତ୍ର ହଉ , ସବୁ ଜିନିଷ ର ସ୍ୱତନ୍ତ୍ରତା ରହିଛି l ଆଶ୍ଚର୍ଯ୍ୟ ହେବ ଶୁଣିଲେ ମୁମ୍ବାଇ ର କୌଣସି ବଜାର ରେ ସ୍ଥାନୀୟ ବ୍ୟବସାୟୀ ନକଲି ସମ୍ବଲପୁରୀ ଶାଢ଼ୀ ବିକିବାର ଅଭିଯୋଗ ମଧ୍ୟ ଆସିଛି l ମାଣିଆବନ୍ଧ ର ଜଣେ ବୁଣାକାର ଙ୍କ ସହ କଥା ହେଇ ଜାଣିଲି ଯେ ପାରିଶ୍ରମିକ ର ଉପଯୁକ୍ତ ମୂଲ୍ୟ ମିଳିପାରୁନି l ଏ ସବୁ ର ଆଦର ଓ ଆଗ୍ରହ କେବଳ ଆମ ହାତରେ ହିଁ ଅଛି l କିନ୍ତୁ ଖୁସି ର ବିଷୟ ଯେ ସରକାର ଙ୍କ କିଛି ଅନୁଦାନ ଓ ନୂଆ ପିଢ଼ି ର ଆଗ୍ରହ ଆମ ହସ୍ତତନ୍ତ୍ର ଓ କୁଟୀର ଶିଳ୍ପ କୁ ବଂଚେଇ ରଖିଛି, ତଥାପି ବି ଆମକୁ ଏହାକୁ ଆଗକୁ ନେବା ପାଇଁ ବହୁତ କିଛି କରିପକୁ ପଡିବ l  ନହେଲେ ଏ କେବଳ କିଛି ଲୋକଙ୍କ ବୃତ୍ତି ବେଉସା ହୋଇକି ରହିଯିବ l
ବାକିରହିଲା ଖାଦ୍ୟପେୟ l  କୌଣସି ରାଜସ୍ଥାନୀ ଲୋକ କୁ ଖାଇବା ବିଷୟରେ ପଚାରିବେ ସେ ନିଶ୍ଚୟ ଡାଲ ବାଟି ଚୁର୍ମା ର ଭୁରି ଭୁରି ପ୍ରସଂସା କରିବ , ଦକ୍ଷିଣ ଭାରତୀୟ ଇଡ଼ଲି ସମ୍ବର ର, ଦିଲ୍ଲୀ ଵାଲା ରାଜମା ର , ପଂଜାବୀ ଵାଲା ମକା ରୁଟି ସୋରିଷ ଶାଗ , ଦକ୍ଷିଣ ପୂର୍ବ ର ମୋମୋ ର ଅଥବା ବଙ୍ଗାଳି ଇଲିଶି ମାଛର l ଆମ ପାଖରେ ମଧ୍ୟ ଖାଦ୍ୟ ର ପ୍ରଶଂସା କରିବାର ଆଧାର ଅଛି, ସେ ଖାସି ମାଂସ ଝୋଳ ହଉ, ଡାଲମା ହଉ କିମ୍ବା ମହାପ୍ରଭୁ ଜଗନ୍ନାଥ ଙ୍କ ଅଭଡ଼ା ହଉ l ସ୍ୱାଦ କୁ ନେଇକି ଆମର ଖାଦ୍ୟ ର ପ୍ରଶଂସା କରିବା ସମ୍ପୂର୍ଣ
ଭାବରେ ଯଥାର୍ଥ , କିନ୍ତୁ ହଠାତ ମନକୁ ଆସେ କି ଯେଉଁ ଓଡ଼ିଆ ଖାଇବା ରେ ଅଧା ପଇସା ଖର୍ଚ୍ଚ କରେ ତାଙ୍କର କୌଣସି ବି ଓଡ଼ିଆ ରାନ୍ଧଣା ଜାତୀୟ ସ୍ତର ରେ ଗୃହୀତ ହେଇଚି କି , ଏହାର ଉତ୍ତର କେବଳ ନାଁ ରେ ହିଁ ଶେଷ ହବ l  କେଉଁ ହୋଟେଲ ରେ କେବେ ଓଡ଼ିଆ ଷ୍ଟାଇଲ ପନିର , ଓଡ଼ିଆ ମଟନ ତରକାରୀ  ଦେଖିଛନ୍ତି କି ? ଗୋଟେ ଜାତୀୟ ସ୍ତର ଖାଦ୍ୟ ତାଲିକା ରେ ଆପଣ କେବେ ବି ଗୋଟେ ଓଡ଼ିଆ ପାକ ପାଇବେନି l  ବ୍ୟକ୍ତିଗତ ଭାବରେ ଏହା ମୋତେ ବହୁତ କଷ୍ଟ ଦିଏ l
ପର୍ଵ ପର୍ବାଣି ର ବହୁତ ପ୍ରଚଳନ ଓଡିଶା ରେ , କଥା ରେ ଅଛି ବାର ମାସ ରେ ତେର 
ଯାତ୍ରା l ଗୋଟେ ଦିଗ ରେ ରଥଯାତ୍ରା ଅନ୍ତର୍ଜାତୀୟ  ହେଇ ଯାଉଛି ଅଲଗା ଦିଗ ରେ ସ୍ଥାନୀୟ ପର୍ବ ର ଯଦି ଓ ଆଦର ଅଛି  କିନ୍ତୁ ଆଗ୍ରହ 
କିଛି ମାତ୍ର ରେ କମି ଗଲାଣି l  ଅନ୍ୟ ରାଜ୍ୟ ର ଗୁଡ଼ି ପଡବା , ଛଟ ପୂଜା , ପୋଙ୍ଗଲ , ମକର ସଂକ୍ରାନ୍ତି ଭଳି ଆମେ ଘର ବାହୁଡ଼ା କରୁନେ , କେବଳ ସୋସିଆଲ ମିଡ଼ିଆ ରେ ଅଭିନନ୍ଦନ ର ଦ୍ୱାହି ନେଇ ଲୋକ ହସା କରୁଛେ l କଲା କ୍ରମେ ପର୍ବ ନ ନାଁ ବି ଅବଭ୍ରଂଶ ହେବାକୁ ଆସିଲାଣି, ରଜ ରଜୋ ହେଲାଣି ତ କାଳୀପୂଜା ରୁ ଦୀପାବଳି ଓ ଦୀପାବଳି ଦିୱାଲୀ ହେଇସାରିଲାଣି l
ଅନ୍ୟ ର ଭୁଲ ବାହାର କରିବା , କଥା କଥିତ ବୁଦ୍ଧିଜୀବୀ ବନିବା , ଅବାସ୍ତବିକ ଉଚ୍ଚତର ଚିନ୍ତାଧାରା କୁ ଅନ୍ୟ ଉପରେ ଲଦି ଦେଇ ସ୍ୱୟଂ ଘୋଷିତ ଆଲୋଚକ ବନିବା  ଆଜି ଦିନ ର  ର ଏକ ନୂଆ ପ୍ରଚଳନ  l ବୋଧହୁଏ ମୁଁ ଏହି ଧାରାକୁ କିଛି ପାଦ ଆଗକୁ ନେବାକୁ ଚେଷ୍ଟା କରିବା ଭଳି ପ୍ରତୀତ ହେଉଛି, କିନ୍ତୁ ଉଦେଶ୍ୟ ସଂପୂଣ୍ଣ ପାରଦର୍ଶୀ , ଓଡ଼ିଆ ଓ ଓଡିଶା ର ଉନ୍ନତି l ଓଡିଶା ଆର୍ଥିକ ହେଉ ବା  ଆନୁଷଙ୍ଗିକ ବ୍ୟବସ୍ଥା, ଅବସଂରଚନା , ସବୁ କ୍ଷେତ୍ରରେ ଆଗକୁ ବଢୁଛି l  ଆମକୁ ପରିବର୍ତନ, ଉନ୍ନୟନ ଓ ବିକାଶ ର ନୂତନ ଦିଗ କୁ ଆପଣେଇବାକୁ ପଡିବ କିନ୍ତୁ  ଓଡ଼ିଆ ହବାର ନୈତିକ ମୂଲ୍ୟ, ଆତ୍ମଗୌରବ ସହ ସମାନ୍ତରାଳ ଭାବରେ  l 
ନମସ୍କାର 


5 comments:

  1. ବହୁତ ବଢ଼ିଆ। ଲେଖା ଚାଲୁ ରଖ।

    ReplyDelete
  2. Worth reading it. Well stated. But what is the solution that is not mentioned here!

    ReplyDelete
    Replies
    1. Thinking the root cause analysis, then resolution will be made.

      Delete
  3. Sir, fine analysis but we have no self-confidence. So we lost our self prestige and identity of a clan

    ReplyDelete